Tulasi Jain

Tulasi Jainତୁଳସୀ ଜୈନ (୨୬.୦୫.୧୯୫୪) ବିଂଶ ଶତାବ୍ଦୀର ଅନ୍ତିମ ͖ଶକରୁ ଲେଖନୀ ଚାଳନା କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କ ମଧ୍ୟରେ ଏକ ସୁପରିଚିତ ନାମ । ଦେଶର ଅବ୍ୟବସ୍ଥା, ସମାଜର ରୁଗ୍]ଣତା ଏବଂ ବ୍ୟକ୍ତି ଚେତନାର ମଳିନତାକୁ ପରିଷ୍କାର କରିବା ସହିତ ତା'ର ଊର୍ଦ୍ଧ୍ୱାରୋହଣ ସକାଶେ ମନରେ ଆଞ୍ଜୁଳାଏ ବ୍ୟାକୁଳତା ପୂରି ରହିଛି । ମୂଲ୍ୟହୀନତାର ଅନ୍ଧକାରକୁ ଦୂର କରି ନୈତିକତା ଓ ଆଧ୍ୟାତ୍ମିକତାର ଆଲୋକ ବୁଣିବାର ପ୍ରୟାସରେ ମନ, ବଚନ ଓ କାୟାରେ ଏକାଗ୍ରଚିତ୍ତ । ମଣିଷର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ପରିବାର ଓ ସମୃଦ୍ଧ ବିଶ୍ୱ ଗଠନର ଆବଶ୍ୟକତାକୁ ସଦାବେଳେ ମନେ ରଖି ମସ୍ତିଷ୍କ ସହିତ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କ ଜୀବନର ଉଦ୍ଦେଶ୍ୟ ।ଆଧୁନିକ କାଳରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆବଶ୍ୟକତା ଓ ମର୍ଯ୍ୟାଦା ରଖୁଥିବା ଅନୁବାଦ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ମୌଳିକ କୃତି ଅନନ୍ୟ ପ୍ରୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଏକ ନୂତନ ବିଭାବର ଅୟମାରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ ପ୍ରବନ୍ଧ ସବୁ ରାଜ୍ୟ ଓ ଦେଶର ବିଭିନ୍ନ ଦୈନିକ ସମ୍ବାଦପତ୍ର ଓ ପ୍ରତିଷ୍ଠିତ ପତ୍ରପତ୍ରିକାର ପ୍ରକାଶିତ ହୋଇ ବେଶ୍ ଜନାଦୃତି ଲାଭ କରିଆସୁଛି ।ବଲାଙ୍ଗିର ଜିଲ୍ଲାର ତୁଷରାଠାରେ ଜନ୍ମିତ ଓ ଅବସ୍ଥିତ ଏ ସାହିତ୍ୟ ସାଧକ ଓଡ଼ିଆ ସାହିତ୍ୟାକାଶକୁ ଉଜ୍ଜ୍ୱଳ କରି ରଖିବା କ୍ଷେତ୍ରରେ ଆପଣା ସାଧନାକୁ ଅବ୍ୟାହତ ରଖିଛନ୍ତି । Read More Read Less

1 results found
List viewGrid view
Sort By:
1.
Jain DarshanNR
Publisher: Black Eagle Books
No Review Yet
₹2,551
Binding:
Paperback
Release:
17 Aug 2021
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found