Snigdha Pandaକବୀ ଡ. ସ୍ନିଗ୍ଧା ପଣ୍ଡା (୧୯୭୨) ଉଦ୍ଭିଦ ବିଜ୍ଞାନ 835; ଶିକ୍ଷାରେ ସ୍ନାତକୋତ୍ତର ଏବଂ ବିଦ୍ୟାବିଭୂଷଣ ପରେ ଶିକ୍ଷାଦାନକୁ ନିଜର କର୍ମକ୍ଷେତ୍ର ରୂପେ ବାଛି ନେଇଛନ୍ତି । ଏହି କ୍ରମରେ ଅଧୁନା ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍], ଭୁବନେଶ୍ୱରରେ ସହକାରୀ ଶିକ୍ଷିକା ଭାବରେ କାର୍ଯ୍ୟ କରୁଛନ୍ତି । ଶିକ୍ଷାଦାନ ବ୍ୟତୀତ ଓଡ଼ିଆ କବିତା ଲେଖିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି । କବିତା ସଂକଳନ 'ଦାତା' ପରେ ଏହା ତାଙ୍କର ଦ୍ୱିତୀୟ କବିତା ସଂକଳନ । 'ପରିବେଶ ଶିକ୍ଷା' ଉପରେ ତାଙ୍କର ଏକ ଗବେଷଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶିତ । ବିଭିନ୍ନ ସମୟରେ ତାଙ୍କର ଅନେକ କବିତା ସାହିତ୍ୟ ପତ୍ରିକାରେ ସ୍ଥାନ ପାଇଛି ଏବଂ ଆକାଶବାଣୀ, କଟକ କେନ୍ଦ୍ରରୁ ପ୍ରସାରିତ ହୋଇଛି । ଏହି ସଂକଳନରେ ସନ୍ନିବିଷ୍ଟ କବିତାଗୁଡ଼ିକରେ କବୀ ପ୍ରେମ ଓ ଆଧ୍ୟାତ୍ମିକତାର ଏକ ସମିଶ୍ରିତ ଭାବକୁ ଶବ୍ଦରୂପ ଦେବାକୁ ପ୍ରୟାସ କରିଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code