Snehsudha Misraଗଞ୍ଜାମର ଆସ୍କା ସହରରେ ୧୯୪୯ ମସିହା ଚମ୍ପକ ଦ୍ୱାଦଶୀରେ ଶ୍ରୀମତୀ ସ୍ନେହସୁଧା ମିଶ୍ରଙ୍କ ଜନ୍ମ । ତାଙ୍କର କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ନାଟକ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକାରେ ପ୍ରକାଶିତ ଓ ନିଜ ନିର୍ଦ୍ଦେଶନାରେ ମଞ୍ଚସ୍ଥ । ଅଶୀ ଦଶକରେ ତାଙ୍କର 'ଶ୍ରୀଧାରା' ପତ୍ରିକା ଅନେକ ନବପ୍ରତିଭା ଉନ୍ମୋଚନ କରିଥିଲା । ଭୁବନେଶ୍ୱରସ୍ଥ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ)ର ମୁଖ୍ୟ ଓଡ଼ିଆ ଅଧ୍ୟାପିକା ଦାୟିତ୍ୱରୁ ଅବସର ନେବା ପରେ ସେ ବ୍ରିଟେନ୍]ସ୍ଥ ନିଉକାଶଲ୍] ଅପନ୍] ଟାଏନ୍] ନଗରୀର ନର୍ଥଅମ୍ବ୍ରିଆ ବିଶ୍ୱବିଦ୍ୟାଳୟରେ ସୃଜନଶୀଳ ରଚନା (କ୍ରିଏଟିଭ୍] ରାଇଟିଂ)ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଏହି ପାଠ୍ୟକ୍ରମର ଆବଶ୍ୟକୀୟ ନିବନ୍ଧ ରୂପେ ଇଂରାଜୀରେ ରଚିତ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବା ପାଇଁ ଅପେକ୍ଷାରତ ଥିବାବେଳେ 'ମହାଗାଥା କର୍ମସୂତ୍ରର' ତାଙ୍କର ପ୍ରକାଶିତ ପ୍ରଥମ ଉପନ୍ୟାସ । Read More Read Less
An OTP has been sent to your Registered Email Id:
Resend Verification Code