· FLAT 10% Off (Maximum Discount Rs.50) Use Code - BWSPECIAL10
· Grab Bestselling Books upto 50% Off!
Shantanu Guptaଏ ପୁସ୍ତକର ରଚୟିତା ଶ୍ରୀ ଶାନ୍ତନୁ ଗୁପ୍ତା ଏକାଧାରରେ ଜଣେ ଲେଖକ, ଟେଡେକ୍ସ ବକ୍ତା, ଟିଭି ବିତର୍କର ଅଂଶଗ୍ରହଣକାରୀ ଏବଂ ରାମାୟଣ ବିଦ୍ୟାଳୟର ପ୍ରତିଷ୍ଠାତା। ଜାମସେଦପୁର ଏକ୍ସଏଲଆରଆଇରୁ ମ୍ୟାନେଜମେଣ୍ଟ ଶିକ୍ଷାପ୍ରାପ୍ତ ଶାନ୍ତନୁ ଇଂଲାଣ୍ଡର ସସେକ୍ସ ବିଶ୍ୱବିଦ୍ୟାଳୟର ଆଇଡିଏସରୁ ପ୍ରଶାସନ ଓ ଜନନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଲେଖକ ଶାନ୍ତନୁଙ୍କର ଛଅ ଗୋଟି ପୁସ୍ତକ ମର୍ଯାଦାଜନକ ପ୍ରକାଶନ ସଂସ୍ଥା ସେଜ୍, ବ୍ଲୁମସବରୀ ଏବଂ ରୂପା ପ୍ରକାଶନ ଦ୍ୱାରା ପ୍ରକାଶିତ। ଏହି ଲେଖକ ଭାରତର ମୁଖ୍ୟ ଟିଭି ଚ୍ୟାନେଲ ଗୁଡିକ ଦ୍ୱାରା ଆୟୋଜିତ ପ୍ରାୟ ଏକ ହଜାରରୁ ଅଧିକ ବିତର୍କରେ ଅଂଶଗ୍ରହଣ କରିଛନ୍ତି । ଲେଖକଙ୍କ ଦ୍ବାରା ଲିଖିତ ଦି ମଙ୍କ୍ ହୁ ବିକେମ ଚିଫ୍ ମିନିଷ୍ଟର୍ ନାମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ଯନାଥଙ୍କ ଜୀବନୀ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ହେଇସାରିଛି ଏବଂ ଏହି ପୁସ୍ତକଟି ବେଷ୍ଟ ସେଲର ପ୍ରମାଣିତ ହୋଇଛି। ଶାନ୍ତନୁଙ୍କ ପୁସ୍ତକ ବିଜେପି ( ବିଜେପି-ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ)ଇଣ୍ଡୋନେଶିଆର ଇସଲାମିକ୍ ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନିତ ହୋଇଛି। ଲେଖକ ଶାନ୍ତନୁ ଜର୍ମାନୀ, ଶ୍ରୀଲଙ୍କା ଏବଂ ମାଲେସିଆେ ଠାରେ ବହୁବାର ନୀତି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି Read More Read Less
An OTP has been sent to your Registered Email Id:
Resend Verification Code