Shailaj Rabiଶୈଳଜ ରବି (ଜନ୍ମ-୧୯୪୧, କଟକ ସହର) ସର୍ବୋଦୟ ଆନ୍ଦୋ867;ନ ଓ ମାନବିକ ଅଧିକାର ସୁରକ୍ଷା ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାଗ ନେଇଛନ୍ତି। ୧୯୭୫ ମସିହାରେ ଘୋଷିତ ଜରୁରୀ ପରିସ୍ଥିତି ସମୟରେ ୬ ମାସ କାରାବରଣ କରିଛନ୍ତି। କବି ଭାବରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଓ ପ୍ରତ୍ୟାଖାନ କରିଛନ୍ତି। ଏହା ବ୍ୟତୀତ ତାଙ୍କର ପାଞ୍ଚଟି ଅନୁବାଦ କୃତି ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ ପ୍ରକାଶ କରିଛନ୍ତି। 'କେନୋପନିଷଦ' ଏବଂ ଲକ୍ଷ୍ମୀଧର କବିକୃତ 'ଅଦ୍ୱୈତ ମକରନ୍ଦ'ର ମଧ୍ୟ ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି।ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସମ୍ପର୍କରେ ତାଙ୍କର ବହୁ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ସମାଲୋଚନା ନିବନ୍ଧ ରହିଛି। 'Parents & Pedagogues' ନାମକ ଇଂରାଜୀ ପତ୍ରିକା ସମ୍ପାଦନା କରିଛନ୍ତି। ଏ ପର୍ଯ୍ୟନ୍ତ ୭ଟି କବିତା ସଂକଳନ, ୫ଟି ଅନୁବାଦ ପୁସ୍ତକ, ୨ଟି ସମାଲୋଚନା ପୁସ୍ତକ ଓ ୨ଟି ସମ୍ପାଦିତ ପୁସ୍ତକ ପ୍ରକାଶିତ। ଶିଶୁମାନଙ୍କ ପାଇଁ ଇଂରାଜୀରେ ବିନୋବା ଭାବେଙ୍କର ଏକ ଜୀବନୀ 'A Strange Beggar' ଲେଖିଛନ୍ତି। Read More Read Less
An OTP has been sent to your Registered Email Id:
Resend Verification Code