Sanghamitra Mishraସଂଘମିତ୍ରା ମିଶ୍ର (୧୯୫୩) ଓଡ଼ିଆ ସାହିତ୍ୟରେ ଏକ ଶ3;ରଦ୍ଧାଶୀଳ ନାମ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ସେ ସାହିତ୍ୟ ସହିତ ରହିଛନ୍ତି । ସେ ଏକାଧାରରେ କବି, ନାଟ୍ୟକାର, ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ଜୀବନୀକାର, ଅନୁବାଦକ ଓ ଶିଶୁ ସାହିତ୍ୟ ସ୍ରଷ୍ଟା । ନିଜ ପିତାଙ୍କ ଜୀବନୀ 'ଇତିହାସର ହଜିଲା ଖିଅ' ଓ ନିଜର ଆତ୍ମଜୀବନୀ 'ସଦିଚ୍ଛାର ସହସ୍ରଧାରା' ପାଇଁ ସେ ଓଡ଼ିଶାର ବୃହତ୍ତର ପାଠକ ମହଲରେ ପରିଚିତା । 'ଯକ୍ଷପ୍ରଶ୍ନ' ପାଇଁ ସେ ଦୀର୍ଘସମୟ ଚର୍ଚ୍ଚାରେ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରର ଓଡ଼ିଆ ବିଭାଗରେ ଦୀର୍ଘକାଳ ଅଧ୍ୟାପନା ଦାୟିତ୍ୱରେ ରହି ଏବେ ସେ ଅବସରପ୍ରାପ୍ତ । ତାଙ୍କର ଲେଖନୀ ଏବେ ମଧ୍ୟ ଚଳଚଞ୍ଚଳ । ଗୁଣ ଓ ପରିମାଣ ଉଭୟ ଦିଗରୁ ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code