Sanghamitra Bhanjaକବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜ4; ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ପୁସ୍ତକ । Read More Read Less
An OTP has been sent to your Registered Email Id:
Resend Verification Code