Sangeeta Rathପ୍ରଫେସର ଡକ୍ଟର ସଂଗୀତା ରଥ ଛାତ୍ରୀ ଜୀବନରୁ ସ୍ୱକୀୟ ଉଜ୍ଜ୍ୱଳ ଉତ୍ତୀର୍ଣ୍ଣତା ପ୍ରମାଣିତ କରିଆସିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ସ୍ନାତକ ଓ ସ୍ନାତକୋତ୍ତର ଉଭୟ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପ୍ରାପ୍ତ । ତାଙ୍କର ଶହେରୁ ଊର୍ଦ୍ଧ୍ୱ ଗବେଷଣାମୂଳକ ଇଂରାଜୀ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହେବା ସହିତ ମନୋବିଜ୍ଞାନରେ ଛଅଟି ଗବେଷଣାଧର୍ମୀ ଇଂରାଜୀ ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି । 'ଆମେ ଓ ଆମ ସମାଜ' ତାଙ୍କର ଆଉ ଏକ ପ୍ରାୟୋଗିକ ବିଶ୍ଳେଷଣାତ୍ମକ ଓଡ଼ିଆ ପ୍ରବନ୍ଧ ସଂଚୟନ । ସ୍ୱୀଡେନର ଲୁଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଆମନ୍ତ୍ରିତ ହୋଇ ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଓ ସଭା ସମ୍ପାଦନରେ ଅଂଶଗ୍ରହଣ ସହ ଉଚ୍ଚତର ଗବେଷଣାର ଆହ୍ୱାନରେ ସେ ଡେନମାର୍କ, ସିଙ୍ଗାପୁର, ମାଲେସିଆ, ଆମେରିକା ଓ କାନାଡ଼ା ଆଦି ଦେଶ ପରିଭ୍ରମଣ କରି ବୃତ୍ତିଗତ ଅଭିଜ୍ଞତା ଅର୍ଜନ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର, ବିଭାଗୀୟ ମୁଖ୍ୟ, ଡିନ୍], ଚିଫ୍ ୱାର୍ଡେନ, ପି.ଜି. କାଉନ୍]ସିଲର୍ ଅଧ୍ୟକ୍ଷା ଆଦି ଦାୟିତ୍ୱ ନିର୍ବାହ କରିବା ସହିତ ବର୍ତ୍ତମାନ ସେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟା ଭାବରେ ଅବସ୍ଥାପିତ । ମନୋବିଜ୍ଞାନକୁ ନେଇ ତାଙ୍କର ବହୁବିଧ ବିଶ୍ଳେଷଣଧର୍ମୀ ପ୍ରସଙ୍ଗ ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ର ପୃଷ୍ଠାର ସ୍ତମ୍ଭ ମଣ୍ଡନ କରିଆସୁଛି । ସମକାଳୀନ ଜୀବନ ଚିତ୍ରକୁ ସେ ତାଙ୍କର ବିଭିନ୍ନ ଗଳ୍ପ ମାଧ୍ୟମରେ ବ୍ୟଞ୍ଜିତ କରିଆସିଛନ୍ତି । ମନସ୍ତତ୍ତ୍ୱଭିତ୍ତିକ ଆଲୋଚନା ବିତର୍କରେ ବିଭିନ୍ନ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ସେ ନିୟମିତ ଅଂଶଗ୍ରହଣ କରି ଅନେକ ଦର୍ଶକୀୟ ଶ୍ରଦ୍ଧା ଲାଭ କରିଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code