Raghuvir Sahayହିନ୍ଦୀର ପ୍ରସିଦ୍ଧ କବି ରଘୁବୀର ସହାୟ (୯ ଡିସେମ୍ବର ୧୯୨୯-୩୦ ଡିସେମ୍ବର ୧୯୯୦) ହିନ୍ଦୀ କବିତାର ପ୍ରତିନିଧି କବିମାନଙ୍କ ମଧ୍ୟରୁ ଥିଲେ ଜଣେ । ରଘୁବୀର ସହାୟ ଚେତନାରେ ପତ୍ରକାର ଆଉ ସଂବେଦନାରେ ଥିଲେ ଜଣେ କବି । ସ୍ୱାତନ୍ତ୍ରୋତ୍ତର ହିନ୍ଦୀ ସାହିତ୍ୟରେ ରଘୁବୀର ସହାୟଙ୍କର ଅଦ୍ୱିତୀୟ ଲେଖନର ମହତ୍ତ୍ୱପୂ୍ଣ୍ଣ ସ୍ଥାନ ରହିଛି । ସିଏ ସାହିତ୍ୟର ପ୍ରାୟ ସବୁ ବିଭାଗରେ ଗମ୍ଭୀରତାର ସହିତ ଲେଖିଛନ୍ତି । ବ୍ୟଙ୍ଗାତ୍ମକତା ତାଙ୍କ କାବ୍ୟ ଭାଷାରେ ଏମିତି ଓତପ୍ରୋତ ଭାବରେ ରହିଛି ଯେ ଏହା କେବେହେଲେ କୃତ୍ରିମ ଲାଗେନି । ସିଏ ବ୍ୟାପକ ଅର୍ଥରେ ସାହିତ୍ୟକାର ଥିଲେ ଏବଂ ତାଙ୍କ ସାହିତ୍ୟର ପ୍ରୟୋଜନ କାଳାତୀତ । କଥିତ ଭାଷାର ସହଜ ପ୍ରବାହ ହିଁ ତାଙ୍କ କାବ୍ୟ ଭାଷାର ବିଶିଷ୍ଟତା । ସାହିତ୍ୟର ଆଧାରଭୂମି ଉପରେ ସ୍ଥିତ ସିଏ ରାଜନୀତି, ସମାଜ, ଆଇନ, ଇତିହାସ, ସଂସ୍କୃତି, ଆର୍ଥିକ ବିକାଶ ଆଦି ସବୁ କ୍ଷେତ୍ରରେ ଭ୍ରମଣ କରିଛନ୍ତି । ତାଙ୍କ ଲିଖିତ "ଲୋଗ ଭୂଲ ଗଏ ହୈଁ" ହେଉଛି ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବିତା ସଂକଳନ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.