· FLAT 10% Off (Maximum Discount Rs.50) Use Code - BWSPECIAL10
· Grab Bestselling Books upto 50% Off!
Purnachandra Patnaikଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓଡ଼ିଶାର ଦଧିମ&2878;ଛଗାଡ଼ିଆ ଗ୍ରାମରେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଖୋର୍ଦ୍ଧା ଇଂରାଜୀ ମାଧ୍ୟମ ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା କଲେଜରୁ ଇଂରାଜୀରେ ଅନର୍ସ ଏବଂ ପାଟନା ୟୁନିଭର୍ସିଟିରୁ ସ୍ନାତକୋତ୍ତର ଏବଂ ଲ' ଓ ଡିଇଡି ଡିଗ୍ରୀମାନ ହାସଲ କରିଥିଲେ । ତା'ପରେ ସେ ୧୯୩୫ ମସିହାରୁ କାମ ଆରମ୍ଭ କରି ଓଡ଼ିଶାର ବହୁ ସ୍କୁଲ କଲେଜ (ବିକ୍ରମ ଦେବ, ଫକୀର ମୋହନ, ବକ୍ସି ଜଗବନ୍ଧୁ ସାନ୍ଧ୍ୟ ଏବଂ ସାଲେପୁର)ରେ ଇଂରାଜୀରେ ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟକ୍ଷ ହିସାବରେ କାର୍ଯ୍ୟରତ ଥିଲେ । କଲେଜ କାମରୁ ଅବସର ନେଇ ସେ ନିଜର ଭୁବନେଶ୍ୱର ବାସଭବନରେ ରହି ବହୁ ବର୍ଷ ଓକିଲାତି କରିଥିଲେ । ସେ ୧୯୭୮ ମସିହାରୁ ବାଲ୍ମିକୀୟ ରାମାୟଣକୁ ଓଡ଼ିଆରେ ପଦ୍ୟ ଅନୁବାଦ କରିବା ଆରମ୍ଭ କରିଥିଲେ । ପୂରା ସାତକାଣ୍ଡର ପାଣ୍ଡୁଲିପି ସମାପ୍ତ କଲା ପରେ ୧୯୮୮ ମସିହାରେ ବାଳକାଣ୍ଡକୁ ପ୍ରକାଶ କରିଥିଲେ । ସେ ସରଳ ଜୀବନ ଓ ଉଚ୍ଚ ମନରେ ବିଶ୍ୱାସ ରଖି ଅଶି ବର୍ଷରୁ ବେଶି ଏ ଦୁନିଆରେ ବିତାଇଥିଲେ । ତାଙ୍କର ପାରଦର୍ଶିତା ଭାରତରେ ରାମ ରାଜ୍ୟ ପ୍ରତିଷ୍ଠାର ଆହ୍ୱାନ ଓ ନିଜ ହାତଟଣା ମାନଚିତ୍ରରୁ ଜଣାପଡ଼େ । Read More Read Less
An OTP has been sent to your Registered Email Id:
Resend Verification Code