Pradosh Mishraଦୀର୍ଘ୍ୟ ଚାରି ଦଶନ୍ଧି ଧରି ନିରବିଚ୍ଛିନ୍ନ ଭାବ#2864;େ ଓଡିଆ ସାହିତ୍ୟରେ ଲେଖନୀ ଚାଳନା କରୁଥିବା ଗାଳ୍ପିକ, ଔପନ୍ୟାସିକ ପ୍ରଦୋଷ ମିଶ୍ର ଏକ ସୁପରିଚିତ ନାମ । ଲେଖକ ବୃତ୍ତିରେ ଜଣେ ଦକ୍ଷ ଯନ୍ତ୍ରୀ ହେଲେ ମଧ୍ୟ, ସୃଜନ ମନସ୍କତା ତାଙ୍କୁ ଅନ୍ୟ ଏକ ପୃଥିବୀରେ ଧରି ରଖିଥାଏ । ସେଥିପାଇଁ ବୋଧହୁଏ ଅନେକ ଉପାଦେୟ ପୁସ୍ତକ ରଚନାକରି ଓଡିଆ ସାହିତ୍ୟକୁ ରୂଚିବନ୍ତ କରିବାରେ ସେ ସକ୍ଷମ ହୋଇ ପାରିଛନ୍ତି । ତାଙ୍କ ଲେଖାରେ ମନସ୍ତାତ୍ୱିକ ବିଶ୍ନେଷଣ, ଏବଂ ତତ୍ ସମ୍ବନ୍ଧିିୟ ଯୁକ୍ତି ଉପସ୍ଥାପନା ପାଠକ ମନକୁ ଆନ୍ଦୋଳିତ କରିଦେବାରେ ଯଥେଷ୍ଟ ସାମର୍ଥ୍ୟ ରଖିଥାଏ । ଏହା ସହିତ ତାଙ୍କର ଆଧୁନିକ ଚଳଣୀରେ ଭାଙ୍ଗିପଡୁଥିବା ପାରିାବାରିକ ଗଳ୍ପଗୁଡିକ ଅତ୍ୟନ୍ତ ସ୍ୱଭାବିକ, ଯାହା ଅନୁଭବ, ଚିନ୍ତନ ଓ ମାର୍ମିକତାରେ ଜୀବନ୍ତ ହୋଇଯାଇ ମଣିଷର ଅନ୍ତରାତ୍ମାକୁ ଛୁଇଁଦିଏ । ତାଙ୍କର ତୃଣମୂଳ ମଣିଷ ଚରିତ୍ରର ଉପସ୍ଥାପନା ଶୈଳୀ ଏବଂ ବାସ୍ତବ ଛବି ତାଙ୍କ ଲେଖାର ଅନ୍ୟଏକ ବିଶେଷତ୍ୱ । ମଣିଷ ଜୀବନର ସାଧାରଣ ଘଟଣାକୁ ଅସାଧାରଣ ଭାବରେ ଉପସ୍ଥାପନା କରିକହାଣୀ ଲେଖିବାରେ ସେ ସିଦ୍ଧହସ୍ତ, ଯାହା ପାଠକମାନଙ୍କ ବେଶ ଆକର୍ଷିତ କରିପାରେ । ଏହି ଅସାଧାରଣତା ପଛରେ ଥାଏ ଜୀବନ ଦର୍ଶନ, ସାକାରତ୍ମକ ମନୋବୃତ୍ତି, ଏବଂ ସଙ୍ଘର୍ଷ କରିବାର ଚେତନା । ତାଙ୍କର ଗଳ୍ପମାନେ ପାଠକମାନଙ୍କୁ ହଜିଯାଇଥିବା ଜୀବନକୁ ଧରିରଖିବାର ପ୍ରବୃତ୍ତିକୁ ଜାଗ୍ରତ କରିଦେବାର ସାମର୍ଥ୍ୟ ରଖିଥାଏ । ଲେଖକଙ୍କର ପ୍ରକାଶ ଶୈିଳୀ ଖୁବ୍ ସରଳ, ମାର୍ମିକ, ସମ୍ବେଦନାପୂର୍ଣ୍ଣ ଏବଂ ବୌଦ୍ଧିକ କୋଳାହଳମୁକ୍ତ । ଏହାଛଡା ତାଙ୍କର ଉପନ୍ୟାସମାନେ ମଣିଷ ମନର ଶୁପ୍ତ ଚେତନାକୁ ଜାଗ୍ରତ କରିଦେବାରେ ବେଶ୍ ସମର୍ଥ । ଆଜିବି ତାଙ୍କର ଲେଖନୀ ଜୀବନ୍ତ ଏବଂ ଚଳଚଞ୍ଚଳ । Read More Read Less
An OTP has been sent to your Registered Email Id:
Resend Verification Code