Niranjan Swain

Niranjan Swainଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ବି. ବ୍ରğ;୍ମପୁର ଗ୍ରାମରେ ୧୯୬୯ ମସିହା ମାର୍ଚ୍ଚ ୧୫ ତାରିଖରେ ଜନ୍ମିତ ନିରଂଜନ ସ୍ୱାଇଁ ବୃତ୍ତିରେ ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ପ୍ରବୃତ୍ତିରେ ସାହିତ୍ୟ ସାଧକ । ପ୍ରଫେସର୍ ଚିତ୍ତରଂଜନ ଦାସ (ଚିତ୍ତଭାଈ)ଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସ୍ୱାଇଁଙ୍କ ଜୀବନ ଶୈଳୀ ଖୁବ୍ ସରଳ ଏବଂ ବାସ୍ତବବାଦୀ । ଚିତ୍ତ ଭାଈଙ୍କ ହାତ ଗଢା ଅନୁଷ୍ଠାନ ସୁହୃଦ୍]ର ଜଣେ ସକ୍ରିୟ ସଦସ୍ୟ ଭାବରେ ଏବଂ ଚିତ୍ତଭାଈଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ତାଙ୍କୁ ଏକ ସାଲିସ୍ ବିହୀନ ଜୀବନ ବଂଚିବା ପାଇଁ ପ୍ରେରଣା ଯୋଗାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ସମାପ୍ତି ପରେ ଏମ୍]ଫିଲ୍ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ସ୍ୱାଇଁ । ଅଧ୍ୟୟନ ସମୟରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ତାଙ୍କୁ ସାହିତ୍ୟ ସାଧନା ପ୍ରତି ଆକୃଷ୍ଟ କରିବା ସହିତ ଜୀବନ ଓ ସମାଜ ପ୍ରତି ଦୃଷ୍ଟିକୋଣରେ ବିସ୍ତାର ଆଣି ଦେଇଛି । ଅଧୁନା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ସେଠାକାର ଆଦିମ ଅଧିବାସୀଙ୍କ ଜୀବନ ଶୈଳୀ, ପରଂପରା ଓ ସଂସ୍କୃତି ଉପରେ ଅନେକ ନିବନ୍ଧ ରଚନା କରିଛନ୍ତି, ଯାହା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରବଂଧ ସାହିତ୍ୟ ବ୍ୟତୀତ କବିତା ଓ ଭାଷଣ କଳାରେ ମଧ୍ୟ ତାଙ୍କର ଆଗ୍ରହ ରହିଛି । ସନାତନ ହିନ୍ଦୁ ଧର୍ମର ମୌଳିକ ଗ୍ରନ୍ଥ ଅଧ୍ୟୟନ ଓ ତା'ର ଦର୍ଶନକୁ ଭଲପାଇଥିବା ଶ୍ରୀ ସ୍ୱାଇଁଙ୍କ କବିତାଗୁଡ଼ିକରେ ମଣିଷର ଉଚ୍ଚାଙ୍ଗ ଅଭୀପ୍ସା ଓ ଊର୍ଦ୍ଧ୍ୱମୁଖୀ ଚେତନାର ସ୍ୱାକ୍ଷର ଦେଖିବାକୁ ମିଳେ । Read More Read Less

3 results found
List viewGrid view
Sort By:
1.
Pharmaceutical Drug Delivery Systems and Vehicles (Woodhead Publishing India in Medicine)43 %
Available
Ships within 2-4 Days Explain..
2.
Nitya KurukshetraNR
Publisher: Black Eagle Books
No Review Yet
₹1,228
Binding:
Paperback
Release:
24 Feb 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found