Kanhu Charan Mohantyଓଡ଼ିଆ ଉପନ୍ୟାସ ଜଗତରେ କାହ୍ନୁଚରଣଙ୍କର ଥିଲା ଅଭ#2878;ବନୀୟ ପ୍ରତିଷ୍ଠା । ସେ ପ୍ରତିଷ୍ଠାର ଉଜ୍ଜ୍ୱଳ ସ୍ୱାକ୍ଷର ଥିଲା ବାଲିରାଜା, ହାଅନ୍ନ, ଶାସ୍ତି, ଅଦେଖାହାତ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ତୁଣ୍ଡବାଇଦ, କା, ତମସାତୀରେ, ସତ୍ୟବତୀପରି ଅନ୍ୟୂନ ଷାଠିଏଟି ଉପନ୍ୟାସ । ଏସବୁ ତାଙ୍କୁ ଦେଇଥିଲା ବିପୁଳ ପାଠକୀୟ ସ୍ୱୀକୃତି ଓ ପହଞ୍ଚାଇଥିଲା ଲୋକପ୍ରିୟତାର ଶୀର୍ଷରେ । ଅସମଞ୍ଜସ ସାମାଜିକ ଜୀବନ, ଜାତିପ୍ରଥାର ତୀବ୍ରତା, ନାରୀର ପେଷିତ ସତ୍ତା- ସ୍ୱାଭିମାନ ଓ ସ୍ୱାଧିକାର ପାଇଁ ତା'ର ସଂଗ୍ରାମ, ପରମ୍ପରାବାଦୀ ଚିନ୍ତାଧାରା ସହ ଆଧୁନିକ ପରିବର୍ତ୍ତନ ପନ୍ଥୀଙ୍କ ଚିତ୍ତ-ସଂଘର୍ଷ-ନିଜ ଉପନ୍ୟାସମାନଙ୍କରେ ଏସବୁର କ୍ରମାଗତ ପ୍ରଦର୍ଶନ କାହ୍ନୁଚରଣଙ୍କର ଏକ ବିଶେଷ ପରିଚୟ ତିଆରି କରିଥିଲା । ଓଡ଼ିଆଙ୍କ ଆତ୍ମପରିଚୟର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଥିଲେ ସକ୍ରିୟ । ତାଙ୍କର ଉପନ୍ୟାସଗୁଡ଼ିକ ଜୀବନର ନିର୍ଭେଜାଲ ମୋଜାଇକ୍ ଚିତ୍ରକୁ ଉପସ୍ଥାପିତ କରିପାରୁଥିଲା ଆବାଳ ବୃଦ୍ଧ ବନିତାଙ୍କ ବୋଧଗମ୍ୟ ସହଜ, ନିରଳଂକାର ଭାଷାରେ । ଶ୍ରୀ ସୂର୍ଯ୍ୟମଣି ମହାନ୍ତିଙ୍କ ଔରସରୁ ଓ ଶ୍ରୀମତୀ ଦୁର୍ଗାଦେବୀଙ୍କ ଗର୍ଭରୁ ୧୯୦୬ ମସିହା ଅଗଷ୍ଟ ମାସ ଏଗାର ତାରିଖରେ ଜନ୍ମିତ କାହ୍ନୁଚରଣ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ନିରଳସ ଲେଖି ଚାଲିଥିଲେ । ବୃତ୍ତିରେ ସରକାରୀ କର୍ମଚାରୀ କାହ୍ନୁଚରଣ ବ୍ୟକ୍ତିଗତ ଜୀବନ, ଚାକିରି ଜୀବନ ଓ ସମାଜ ଜୀବନରୁ ଆହୃତ ଅଭିଜ୍ଞତାରୁ ସାଜିଥିଲେ ଅନନ୍ୟ ଶବ୍ଦ-ଶିଳ୍ପୀ । ୧୯୯୪ ମସିହା ଏପ୍ରିଲ ମାସ ଛଅ ତାରିଖରେ ଦେହରକ୍ଷା କରିଥିଲେ ଏହି ମହାନ କଥାକାର । Read More Read Less
An OTP has been sent to your Registered Email Id:
Resend Verification Code