Jyoti Sahooଜ୍ୟୋତି ସାହୁଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ସିମୁ#2867;ିଆ ବ୍ଲକ୍]ର ଚାନ୍ଦୋଟି ଗ୍ରାମ । ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରୁଛନ୍ତି । ଜଣେ ଗବେଷିକା ଭାବେ ତାଙ୍କର ବହୁ ପ୍ରବନ୍ଧ ଓଡ଼ିଶାର ବିବିଧ ପତ୍ରିକାରେ ପ୍ରକାଶ ପାଇଛି । ସମ୍ୟକ୍ ଆଲୋଚନା ତାଙ୍କର ପ୍ରଥମ ପ୍ରକାଶିତ ସମାଲୋଚନା ପୁସ୍ତକ । ଏଥିରେ ସଂସ୍କୃତ କାବ୍ୟାଦର୍ଶ ଠାରୁ କବିସୂର୍ଯ୍ୟ, ଫକୀରମୋହନଙ୍କ ଠାରୁ ହୃଷୀକେଶ ପଣ୍ଡା, ଚିତ୍ତରଞ୍ଜନ ଦାସଙ୍କ ଠାରୁ ବିଜୟ ମିଶ୍ରଙ୍କ ପର୍ଯ୍ୟନ୍ତ ଲେଖକମାନଙ୍କ ଉପରେ ଲେଖାମାନ ସ୍ଥାନିତ ହୋଇଛି । ସାହିତ୍ୟକୃତି ଗୁଡ଼ିକରେ ଲୁକ୍କାୟିତ ଆଦର୍ଶକୁ ଅନୁସନ୍ଧାନ କରିବା ତାଙ୍କର ମୁଖ୍ୟ ପ୍ରବୃତ୍ତି ଏବଂ କବିତା ପଢ଼ିବା ତାଙ୍କର ନିଶା । Read More Read Less
An OTP has been sent to your Registered Email Id:
Resend Verification Code