Jitendra Nath Mohantyଜିତେନ୍ଦ୍ର ନାଥ ମହାନ୍ତି ( ୨୬ ସେପ୍ଟେମ୍ବର ୧୯୨Ĥ;- ୭ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଦାର୍ଶନିକ ଏବଂ ବିଶିଷ୍ଟ ପ୍ରଫେସର । ୧୯୨୮ ମସିହାରେ କଟକଠାରେ ତାଙ୍କର ଜନ୍ମ । କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ.ଏ. ପାସ୍ କରିବା ପରେ ସେ ୧୯୫୪ ମସିହାରେ ଗଟିଂଜେନ୍ ବିଶ୍ୱବିଦ୍ୟାଳୟରୁ ପିଏଚ.ଡ଼ି. ଅର୍ଜନ କରିଥିଲେ । ଆମେରିକାର ଓକଲାହୋମା ବିଶ୍ୱବିଦ୍ୟାଳୟକୁ ଆସିବା ପୂର୍ବରୁ ସେ ଭାରତରେ ବର୍ଦ୍ଧମାନ ଓ କଲିକତା ବିଶ୍ୱବିଦ୍ୟାଳୟରେ କିଛି ବର୍ଷ ଅଧ୍ୟାପନା କରିଥିଲେ । ଆମେରିକାର ଓକଲାହୋମା ବିଶ୍ୱବିଦ୍ୟାଳୟ ସମେତ ସେ ନିଉ ସ୍କୁଲ ଫର୍ ସୋସିଆଲ ରିସର୍ଚ୍ଚ ଏବଂ ଶେଷରେ ଟେମ୍ପଲ୍ ବିଶ୍ୱବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅଧ୍ୟାପନା କରିଥିଲେ । ଉଭୟ ଭାରତୀୟ ଏବଂ ଜର୍ମାନ ଦର୍ଶନରେ ସେ ଜଣେ ବିଶିଷ୍ଟ ବିଦ୍ୱାନ୍ ଭାବରେ ପରିଗଣିତ । ଦର୍ଶନଶାସ୍ତ୍ରର ବିଭିନ୍ନ କ୍ଷେତ୍ରରେ ସେ କୋଡ଼ିଏ ଖଣ୍ଡରୁ ଅଧିକ ଅତି ଉପାଦେୟ ପୁସ୍ତକ ରଚନା କରିବା ସହିତ ଅନେକ ଗବେଷଣାତ୍ମକ ନିବନ୍ଧ ରଚନା କରିଛନ୍ତି । ୨୦୧୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ଏବଂ ୨୦୧୭ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଉପାଧିରେ ଭୂଷିତ କରାଯାଇଥିଲା । ଭାରତୀୟ ଦର୍ଶନ କଂଗ୍ରେସର ସେ ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ୨୦୨୩ ମସିହା ମାର୍ଚ୍ଚ ୭ ତାରିଖ ଦିନ ଆମେରିକାର ପେନିସିଲଭେନିଆ, ଫିଲାଡେଲଫିଆଠାରେ ୯୫ ବର୍ଷ ବୟସରେ ଏହି ବିଶିଷ୍ଟ ବିଦ୍ୱାନ୍]ଙ୍କର ପରଲୋକ ଘଟିଥିଲା । Read More Read Less
An OTP has been sent to your Registered Email Id:
Resend Verification Code