Himadri Tanaya Mishraଡକ୍ଟର ହିମାଦ୍ରୀ ତନୟା ମିଶ୍ର ପୁରୀ ଜିଲ୍ଲାର ଦୋଳମଣ୍ଡପ ସାହି ନୂଆ ସାହିରେ ୧୯୮୩ ମସିହା ଜୁଲାଇ ୧୦ ତାରିଖରେ ଶ୍ରୀଯୁକ୍ତ ନରେନ୍ଦ୍ରନାଥ ମିଶ୍ର ଓ ଶ୍ରୀମତୀ ସୁଶୀଳା କରଙ୍କ ମଧ୍ୟମା କନ୍ୟା ରୂପେ ଭୂମିଷ୍ଠ ହୁଅନ୍ତି l ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର, ଏମ୍.ଫିଲ୍ ଏବଂ ପି.ଏଚ୍.ଡ଼ି. ଡିଗ୍ରୀ ହାସଲ କରି ବର୍ତ୍ତମାନ ଭୁବନେଶ୍ୱରରେ ଅବସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପିଲାମାନଙ୍କୁ ପଢାଉଅଛନ୍ତି l ଏଥି ସହିତ ସେ ଓଡ଼ିଶାର ଜଣାଶୁଣା 'ଅଗମ୍ୟା' ପତ୍ରିକା ଓ 'ବୀର କଳିଙ୍ଗ' ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦିକା ଭାବରେ କାର୍ଯ୍ୟ କରୁଛନ୍ତି l ଅଖିଳ ଭାରତୀୟ ରାଷ୍ଟ୍ରୀୟ ଗ୍ରାମୀଣ ପତ୍ରକାର ସଂଘର ଜାତୀୟ ସ୍ତରୀୟ ସମ୍ପାଦିକା ଅଛନ୍ତି l ହିମାଦ୍ରୀ ତନୟା ଜଣେ ଆଗଧାଡ଼ିର ଗାୟିକା ଭାବରେ ମଧ୍ୟ ଖୁବ ପରିଚିତ l ଅଧୁନା ସେ ଭୁବନେଶ୍ୱରରେ ତାଙ୍କ ସ୍ୱାମୀ ଓ ଅଲିଅଳି କନ୍ୟା ସହ ରହିଆସୁଛନ୍ତି l Read More Read Less
An OTP has been sent to your Registered Email Id:
Resend Verification Code