Filter By Category
Gourahari Rout

Gourahari Routଗୌରହରି ରାଉତ - ଶରତର ସଫେଦ ଶୋଭା ତାଙ୍କ ସୃଜନ ସ୍ର91;ତର ବୈଶିଷ୍ଟ୍ୟ । ସାହିତ୍ୟ ସୃଷ୍ଟିରେ ଯେତିକି ଅଙ୍ଗୀକାରବଦ୍ଧ, କଳା ନୈପୁଣ୍ୟରେ ସେତିକି ସମର୍ପିତ ସେ । ସେଇଥିପାଇଁ ତାଙ୍କ ସାହିତ୍ୟର ବିଭିନ୍ନ ବିଭାବ ଯେତିକି ରସାଳ ଚିତ୍ର ସୃଷ୍ଟିର କଳା କମନୀୟତା ସେତିକି ଚିତ୍ତାକର୍ଷକ । ସାହିତ୍ୟିକ ଆବେଦନ ନିଆରାପଣରେ ଯେତିକି ମଧୁମୟ; ଚିତ୍ରଭାଷାର ନୀରବ ବ୍ୟଞ୍ଜନା ସେତିକି ସୁଧାମୟ । ଡକ୍ଟର ଗୌରହରି ରାଉତ - ଆମ ସମୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଚିତ୍ରଶିଳ୍ପୀ ଭାବରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।କାବ୍ୟ-କଳାରୁ ତାଙ୍କ ଯାତ୍ରାର ଉନ୍ମେଷ... ତାହା ପୁଣି ପ୍ରଲଂବିତ ହୁଏ କଥା ସାହିତ୍ୟ, ଉପନ୍ୟାସ, ପ୍ରବନ୍ଧ, ଆତ୍ମକଥା, ଲଳିତ ନିବନ୍ଧ ଏବଂ ବ୍ୟଙ୍ଗ ସାହିତ୍ୟ ପର୍ଯ୍ୟନ୍ତ । ଯାତ୍ରା ତାଙ୍କର ଅବ୍ୟାହତ । ଏହା ଭିତରେ ସେ ସାଉଁଟିଛନ୍ତି ଅନେକ ପାଠକୀୟ ଶ୍ରଦ୍ଧା । ତାଙ୍କ ବ୍ୟଙ୍ଗ କଥନରେ କଟାକ୍ଷର ଯେତିକି କଂଟକ, ତହୁଁ ବଳି ହାସ୍ୟ ରସର ଅନନ୍ୟ ଉପସ୍ଥାପନା । ହସେଇ ରସେଇ ଗେଲ କରିବା ଛଳରେ ଗାଲ ଚିପିବାର କଳାରେ ସେ ବେଶ ଧୂରୀଣ । ପ୍ରକାଶିତ ପୁସ୍ତକ 'ସତ ଚିତ୍ର ମିଛ ଚରିତ୍ର' ସ୍ପିନ୍ ବୋଲର୍ ଗୌରହରିଙ୍କ ଶାଣିତ ଦସ୍ତାବିଜ । Read More Read Less

1 results found
List viewGrid view
Sort By:
1.
Sata Chitra Michha CharitraNR
Publisher: Black Eagle Books
No Review Yet
₹1,028
Binding:
Paperback
Release:
28 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found