Godabarisha Mishra ଗୋଦାବରୀଶ ମିଶ୍ର (୧୮୮୬-୧୯୫୬): ଓଡ଼ିଆ ସାହିତ୍ୟ ଧା64;ାର ଯଶସ୍ୱୀ ସାହିତ୍ୟିକ ପଣ୍ଡିତ ଗୋଦାବରୀଶ ମିଶ୍ର ଜଣେ ଅଦ୍ୱିତୀୟ ସ୍ରଷ୍ଟାପୁରୁଷ । ୧୮୮୬ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୬ ତାରିଖରେ ସେ ପୁରୀ ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଭୂମିଷ୍ଠ ହୋଇଥିଲେ । ପୁରୀ ଜିଲ୍ଲା ସ୍କୁଲ୍]ରୁ ପ୍ରବେଶିକା ପରୀକ୍ଷା, ରେଭେନ୍]ଶା କଲେଜରୁ ଏଫ୍].ଏ. (ଆଇ.ଏ) ଓ ବି.ଏ. ପରେ କଲିକତାରୁ ଅର୍ଥନୀତିରେ ଏମ୍].ଏ. ଶିକ୍ଷାଲାଭ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ସେ ଏକାଧାରରେ ଥିଲେ ସାହିତ୍ୟିକ, ରାଜନୀତିକ ନେତା ଓ ସମାଜସେବୀ । ସାହିତ୍ୟ କ୍ଷେତ୍ରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଗୋଦାବରୀଶ ମିଶ୍ର ଅସଂଖ୍ୟ କବିତା, ନାଟକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ଶିଶୁସାହିତ୍ୟ ରଚନା କରିଛନ୍ତି । ତାଙ୍କର ସାହିତ୍ୟ କୃତିଗୁଡ଼ିକ ମଧ୍ୟରେ ରହିଛି- ଆଲେଖିକା, କଳିକା, କିଶଳୟ, ଚୟନିକା, କୁସୁମ, କବିତା ଚୟନ, ଗୀତାୟନ, ଗୀତିଗୁଚ୍ଛ ଓ ଶିଶୁ କବିତା ଇତ୍ୟାଦି କାବ୍ୟକୃତି, 'ପୁରୁଷୋତ୍ତମ ଦେବ' ଓ 'ମୁକୁନ୍ଦଦେବ' ନାଟକ ଦ୍ୱୟ ଇଂରାଜୀରୁ ଅନୂଦିତ 'ଅଭାଗିନୀ', '୧୮୧୭', 'ଘଟାନ୍ତର' ଓ 'ନିର୍ବାସିତ' ଭଳି ଚାରିଗୋଟି ଉପନ୍ୟାସ, 'ପଞ୍ଚବୀର' ଓ 'ପୁଆଣିଘର' ପ୍ରମୁଖ ଗଳ୍ପ ସଂକଳନ । ୧୯୬୨ ମସିହାରେ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ 'ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ନିମନ୍ତେ ତାଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି । ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ଶ୍ରୀ ମିଶ୍ର ୧୯୫୬ ଖ୍ରୀଷ୍ଟାବ୍ଦ ଜୁଲାଇ ୨୬ ତାରିଖରେ ଦେହତ୍ୟାଗ କରିଥିଲେ । Read More Read Less
An OTP has been sent to your Registered Email Id:
Resend Verification Code