Gagan Panigrahiଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ଦିଲ୍ଲୀସ୍ଥିତ #2858;୍ରଖ୍ୟାତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଜିନେଟିକ୍ସରେ ଏମ୍]ଫିଲ୍] ଓ ପିଏଚ୍]ଡି ଉପାଧି ହାସଲ କରି କାନାଡ଼ାକୁ ଉଚ୍ଚ ଶିକ୍ଷା କରିବା ପାଇଁ ଆସିଥିଲେ ପେଶାରେ ଜଣେ ବୈଜ୍ଞାନିକ ହେଲେ ହେଁ ଓଡ଼ିଆ ସାହିତ୍ୟ ତାଙ୍କର ନିଶା । ଓଡ଼ିଆରେ କବିତା ଲେଖିବାକୁ ସେ ଭଲ ପାଆନ୍ତି ଓ କବିତାରେ ନିଜ ଗାଁ ମାଟିପାଣିର କଥା ସହ ଉତ୍କଳୀୟ ସଂସ୍କୃତିକୁ ବେଶ୍] ନିଖୁଣ ଭାବରେ ଅଙ୍କନ କରି ପାରନ୍ତି । ତାଙ୍କର ଦୁଇଟି କବିତା ସଙ୍କଳନ "ଫୁଲ ବଗିଚା"(୨୦୧୬) ଓ "ପ୍ରତିଚ୍ଛବି"(୨୦୧୭) କାବ୍ୟମୋଦୀ ପାଠକ ମହଲରେ ଆଦୃତ ହୋଇଛି । ନିଜ ଅଭିଜ୍ଞତାର ଷୋହଳଟି ଗଳ୍ପକୁ ନେଇ ତାଙ୍କର ଜୀବନୀ "ଯାହା କଲି ଓ ଯାହା ପାଇଲି" (୨୦୨୨) ସାରା ପୃଥିବୀର ପାଠକ ଓ ପାଠିକାମାନଙ୍କର ମନୋରଞ୍ଜନ କରିବାରେ ସହାୟକ ହୋଇଛି । ଏଥି ସହ ଅବସର ସମୟରେ ସେ ନାଟକରେ ଅଭିନୟ ଓ ଚିତ୍ରାଙ୍କନ କରନ୍ତି । ନାଟକରେ ଅଭିନୟ କରିବା ଦୃଷ୍ଟିରୁ ଏବଂ ଉତ୍ତର ଆମେରିକାରେ ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରସାରଣ କରିବା ଯୋଗୁଁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି ଅଫ୍] ଆମେରିକାଜ୍] ତରଫରୁ ତାଙ୍କୁ "କଳାଶ୍ରୀ" ଉପାଧି ପ୍ରଦାନ କରାଯାଇଛି । ସମ୍ପ୍ରତି ସେ କାନାଡ଼ାର ଟରୋଣ୍ଟୋ ସହରରେ ଥିବା ପୃଥିବୀ ପ୍ରସିଦ୍ଧ ହସ୍]ପିଟାଲ୍] ଫର୍] ସିକ୍] ଚିଲଡ୍ରେନ୍]ରେ ଜିନେଟିକ୍]ସ ଏଣ୍ଡ ଜିନୋମିକ୍]ସ ବାଇୟୋଲଜିରେ ଗବେଷଣା କରନ୍ତି । Read More Read Less
An OTP has been sent to your Registered Email Id:
Resend Verification Code