Dibyasingha Panigrahiଫକୀରମୋହନ ପରବର୍ତ୍ତୀ ଓଡ଼ିଆ ଗଳ୍ପାକାଶରେ ଗାଳ୍&2858;ିକ ଦିବ୍ୟସିଂହ ପାଣିଗ୍ରାହୀ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ । ପୁରୀ ଜିଲ୍ଲାର ବିଶ୍ୱନାଥପୁରରେ ପିତା ସ୍ୱପ୍ନେଶ୍ୱର ପାଣିଗ୍ରହୀ ଓ ମାତା ହାରାମଣୀଙ୍କ ଜ୍ୟେଷ୍ଠପୁତ୍ର ଭାବରେ ୧୮୮୯/୯୦ ମସିହାରେ ତାଙ୍କ ଜନ୍ମ । ପିତା ସାହିତ୍ୟ ସାଧନା କରିଥିବା ହେତୁ ତା'ର ପ୍ରଭାବ ଦିବ୍ୟସିଂହ ଏବଂ ତାଙ୍କର ଦୁଇ ଅନୁଜ ବହୁ ପ୍ରତିଭୂ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଭଗବତୀଚରଣ ପାଣିଗ୍ରାହୀଙ୍କ ଉପରେ ପଡ଼ିଥିଲା । ତେଣୁ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ପାଣିଗ୍ରାହୀ ପରିବାରର ଦାନ ଅତୁଳନୀୟ । ବାଲ୍ୟଶିକ୍ଷା ପରେ ଦିବ୍ୟସିଂହ ଓକିଲାତି ପାସ୍ କରି ପୁରୀ ଓ ବାରିପଦାରେ ଓକିଲାତି କରିଥିଲେ । ପୁନଶ୍ଚ ଜଣେ ରାଜନୀତିଜ୍ଞ ଭାବରେ ପୁରୀ ଜିଲ୍ଲା କଂଗ୍ରେସ କମିଟୀର ସଭାପତି (୧୯୨୬) ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇଥିଲେ । ଚନ୍ଦ୍ରଶେଖର ନନ୍ଦଙ୍କ 'ଚିତ୍ର' (୧୯୦୭), ଫକୀରମୋହନ ସେନାପତିଙ୍କ 'ଗଳ୍ପସ୍ୱଳ୍ପ' (୧୯୧୭) ଓ ଦୟାନିଧି ମିଶ୍ରଙ୍କ 'କଥାକଦମ୍ବ' (୧୯୨୪) ପରେ ଦିବ୍ୟସିଂହଙ୍କ 'ଅମୃତ କଙ୍କଣ' (୧୯୨୬) ସମ୍ଭବତଃ ଓଡ଼ିଆ ଗଳ୍ପଗ୍ରନ୍ଥ ପରମ୍ପରାରେ ଚତୁର୍ଥ । ଏହାବ୍ୟତୀତ ସେ 'ମହାରାଜା ରାମଚନ୍ଦ୍ର' ନାମକ ଜୀବନୀ ଗ୍ରନ୍ଥ ଏବଂ 'ତୁ ମୋ ମା' ଓ 'ବନ୍ଧୁ' ନାମକ ଦୁଇଗୋଟି ଉପନ୍ୟାସ ମଧ୍ୟ ରଚନା କରିଥିବାର ଜଣାଯାଏ । Read More Read Less
An OTP has been sent to your Registered Email Id:
Resend Verification Code