Deepak Mishraଦୀପକ ମିଶ୍ର (୧୯୩୮-୨୦୦୮) ଆଧୁନିକ ଓଡ଼ିଆ କବିତା ଧା64;ାରେ ପ୍ରୟୋଗବାଦର ଜଣେ ଦକ୍ଷ କାରିଗର । ୧୯୩୮ ମସିହାରେ କେନ୍ଦ୍ରାପଡ଼ାରେ ସେ ଜନ୍ମଗ୍ରହଣ କରିଥିଲେ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରେମ, ମୃତ୍ୟୁ, ନିର୍ଜନତା ଏବଂ ଦୁଃଖବାଦର ଅଦ୍ଭୁତ ସଂଜ୍ଞାକାର ସେ । କବି, ସମାଲୋଚକ ତଥା ଜଣେ ଅନୁବାଦକ ଭାବରେ ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି । ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି- 'ସମାପିକା', 'ଦୀପକ ମିଶ୍ରଙ୍କ କେତୋଟି କବିତା', 'ଅନୁଷ୍ଟୁପ୍]', 'ନିଷିଦ୍ଧ ହ୍ରଦ', 'ନିର୍ଜନ ନକ୍ଷତ୍ର', 'ମଧ୍ୟାହ୍ନର ଛାଇ', 'ବୃତ୍ତ', 'ସପ୍ତମ ପୃଥିବୀ', 'ଅରଣା ମଇଁଷି', 'ଶୂନ୍ୟତାର ଶୋଷ', 'କପଟ ସୂର୍ଯ୍ୟାସ୍ତ', 'ଧୂଳିର ସିଂହାସନ', 'ନିରବଧି', 'ନାଭିଶ୍ୱାସ', 'ଋକ୍]', 'ନିଦାଘ ଯାତ୍ରା', 'ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା', 'ସୁଖ ସଂହିତା', 'ସବୁ କବିତା' - ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ । 'ବୃତ୍ତ' କବିତା ସଂକଳନରେ ପ୍ରେମ ଓ ମୃତ୍ୟୁକୁ ନେଇ କବି ଦୀପକ ମିଶ୍ରଙ୍କ ରୂପ-ଚିତ୍ର ତଥା ମିଥ୍]କୀୟ ରୋମାଣ୍ଟିକ୍ ଭାବାଳୁତା ଅଦ୍ୱିତୀୟ । Read More Read Less
An OTP has been sent to your Registered Email Id:
Resend Verification Code