Filter By Category
Debi Prasanna Nanda

Debi Prasanna Nandaଦେବୀ ପ୍ରସନ୍ନ ନନ୍ଦ (୧୯୫୭)ଙ୍କ ଜନ୍ମ ପୁରୀ ସହରର7; । ହସ୍ତଶିଳ୍ପ ତାଙ୍କର ବୃତ୍ତି ଏବଂ କଳା, ସାହିତ୍ୟ, ଐତିହ୍ୟ, ସଂସ୍କୃତି ତାଙ୍କର ପ୍ରବୃତ୍ତି । ଓଡ଼ିଶାର ପାରମ୍ପରିକ ଚାନ୍ଦୁଆ ଶିଳ୍ପର ଉତ୍ପତ୍ତି ତଥା ବିବର୍ତ୍ତନ ବିଷୟଭିତ୍ତିକ ଏକ ପୁସ୍ତକ 'ତୁରୁପା ଚିକ୍କଣ ଚାତୁରୀ' (୨୦୧୦)ରେ ପ୍ରକାଶ ପାଇଛି । 'ଶ୍ରୀମନ୍ଦିର ଶିଳ୍ପସେବା' (୨୦୧୭) ଶୀର୍ଷକ ଅନ୍ୟ ଏକ ପୁସ୍ତକ ତଥା ପୁରୀ ସଂସ୍କୃତିକୁ ଭିତ୍ତି କରି ଏକ ଉପନ୍ୟାସ 'ଏକବର୍ତ୍ତୀ' (୨୦୨୧) ପ୍ରକାଶିତ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ତ ସି.ସି.ଆର୍].ଟି. କର୍ତ୍ତୃପକ୍ଷଙ୍କଠାରୁ ସିନିୟର ଫେଲୋସିଫ ପାଇ 'ପ୍ରାଚୀନ ତାଳପତ୍ର ଚିତ୍ରପୋଥିର ଲିପି ଓ ଚିତ୍ରଣ କ୍ଷେତ୍ରର ବିକାଶ ତଥା ବିବର୍ତ୍ତନ' ବିଷୟରେ ୨୦୧୭-୧୮ରେ ଏକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କ ଦ୍ୱାରା ଲିଖିତ କଳା-ସ୍ଥାପତ୍ୟ ବିଷୟକ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ଅଧୁନା 'ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର, ଭୁବନେଶ୍ୱର' ଆନୁକୂଲ୍ୟରେ ଓଡ଼ିଶାର ଶିଳ୍ପ-ସ୍ଥାପତ୍ୟ ସମ୍ବନ୍ଧୀୟ ଶବ୍ଦାବଳୀ ପ୍ରସ୍ତୁତିରେ କାର୍ଯ୍ୟରତ । ପୁରୀ ସଂସ୍କୃତିର ପ୍ରଚ୍ଛଦରେ ତାଙ୍କ କଲମ ନିଃସୃତ କେତେଗୋଟି ଗଳ୍ପର ଏକ ସଂକଳନ ପ୍ରକାଶନ ଅପେକ୍ଷାରେ । Read More Read Less

1 results found
List viewGrid view
Sort By:
1.
Agantunkanka Desha America1 % NR
Publisher: Black Eagle Books
No Review Yet
₹1,557
₹1,541
Binding:
Paperback
Release:
14 Nov 2023
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found