Damodara Mohapatra

Damodara Mohapatraଓଡ଼ିଆ ସାହିତ୍ୟର ବହୁ ସ୍ରଷ୍ଟା ଆଜି ମଧ୍ୟ ପାଠକମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିଯାଇଛନ୍ତି । ବିଶେଷତଃ ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକରେ ଯେଉଁ ସାହିତ୍ୟିକମାନଙ୍କ ନାମୋଲ୍ଲେଖ ହୋଇ ନାହିଁ ସେମାନେ ଯେ ଶ୍ରେଷ୍ଠ ପ୍ରତିଭା ନଥିଲେ ତାହା କୁହାଯାଇ ନପାରେ । କାରଣ ସାରସ୍ୱତ ଦାୟିତ୍ୱର ଅଭାବ କିମ୍ବା ଲେଖକୀୟ ଆତ୍ମସଚେତନତାର ଅଭାବ ଯୋଗୁଁ ଅନେକ ପ୍ରତିଭା ଅନାଲୋଚିତ । ସେହିପରି ରାୟଗଡ଼ା ଜିଲ୍ଲାର ଜଣେ ସ୍ୱଳ୍ପାଲୋଚିତ ପ୍ରତିଭା ହେଉଛନ୍ତି ପଣ୍ଡିତ କବି ଦାମୋଦର ମହାପାତ୍ର । ସେ ଆଜୀବନ ନୀରବ ସାଧକ ତୁଲ୍ୟ ସାରସ୍ୱତ ସାଧନା କରିଛନ୍ତି । ବିଭିନ୍ନ ପ୍ରତିକୂଳ ପରିବେଶ ଦେଇ ତାଙ୍କ ଜୀବନ ଗତି କରିଥିଲେ ହେଁ, ସେ ଅନେକ ସଂଗୀତ ନାଟକ, ଚଉପଦୀ, ଚଉତିଶା, ଭଜନ, ଜଣାଣର ସ୍ରଷ୍ଟା । ଏପରିକି ଉପେନ୍ଦ୍ର ଭଂଜଙ୍କ ଚିତ୍ରକାବ୍ୟ ବନ୍ଧୋଦୟର ଅନୁସରଣରେ 'ସଚ୍ଚିତ୍ର ବନ୍ଧ କାବ୍ୟ' ନାମରେ ଖଣ୍ଡେ ବନ୍ଧ କାବ୍ୟର ମଧ୍ୟ ସେ ରଚୟିତା । ଉକ୍ତ ପୁସ୍ତକରେ ତାଙ୍କ ଦ୍ୱାରା ରଚିତ ହୋଇଥିବା ଅନେକ କୃତି ସଂକଳିତ ଓ ଆଲୋଚିତ । ଏହି ବିଚକ୍ଷଣ ପ୍ରତିଭା ପାଠକୀୟ ଆଦୃତିରୁ କେବେ ମଧ୍ୟ ଅସ୍ପୃଶ୍ୟ ହେବେ ନାହିଁ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ । Read More Read Less

1 results found
List viewGrid view
Sort By:
1.
Kabi Damodara Rachana SambharaNR
Publisher: Black Eagle Books
No Review Yet
₹1,753
Binding:
Paperback
Release:
15 Sep 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found