Basanta Kumar Muduli

Basanta Kumar Muduliତା ୨/୧୧/୧୯୫୫ ମସିହାରେ ତତ୍]କାଳୀନ ବାଲେଶ୍ୱର ଜି6;୍ଲା (ବର୍ତ୍ତମାନ ଭଦ୍ରକ ଜିଲ୍ଲା)ର ବାସୁଦେବପୁର ଥାନା ଅନ୍ତର୍ଗତ ଅରଣ୍ଡୁଆ ଗାଁରେ, ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ବସନ୍ତ । ବିଂଶ ଶତାବ୍ଦୀର ସପ୍ତମ ଦଶକରୁ ହିଁ ସେ କବିତା ଲେଖି ଆସିଥିଲେ । ୧୯୮୦ ଅକ୍ଟୋବର ସଂଖ୍ୟା 'ଭୂର୍ଜପତ୍ର'(୧)ରେ ପ୍ରକାଶିତ 'ରାତ୍ରୀ' ତାଙ୍କର ପ୍ରଥମ ପ୍ରକାଶିତ କବିତା । ଏହାର ମାତ୍ର କେତୋଟି ମାସ ପରେ ୧୯୮୧ ମଇ ମାସ 'ଝଙ୍କାର'ରେ ପ୍ରକାଶ ପାଏ ତାଙ୍କର 'କୁମ୍ଭୀର ପିଠିରେ ଫୁଲ' ନାମକ କବିତା । ପରେ ପରେ ଅନ୍ୟାନ୍ୟ ପତ୍ର ପତ୍ରିକାରେ ସ୍ଥାନିତ ହୁଏ ତାଙ୍କର ବହୁ କବିତା ।ସୃଷ୍ଟି ଭିନ୍ନ କେତେକ ସାହିତ୍ୟ ସଙ୍ଗଠନ କାର୍ଯ୍ୟରେ ତାଙ୍କର ଥିଲା ଅସାଧାରଣ ଆନ୍ତରିକତା ଓ ଦକ୍ଷତା । ୧୯୮୧ରେ ତାଙ୍କର ସାହିତ୍ୟ ସାଧନା ପୀଠ ଯାଜପୁରରେ ଅନ୍ୟ ସାହିତ୍ୟିକମାନଙ୍କ ସହ ମିଶି ସେ ଗଢ଼ିଥିଲେ 'ଲିଟେରିଆ ଗ୍ଲୋବାଲା' ନାମକ ଅନୁଷ୍ଠାନ ଏବଂ ସେହି ଅନୁଷ୍ଠାନ ତରଫରୁ ପ୍ରକାଶିତ ହୋଇଥିଲା କବି କମଳାକାନ୍ତ ଲେଙ୍କାଙ୍କ ପ୍ରତିଷ୍ଠିତ ପତ୍ରିକା 'ଭର୍ଜ୍ଜପତ୍ର' ଏବଂ ଯାହାର ପରିଚାଳନା ସମ୍ପାଦକ ଥିଲେ କବି ବସନ୍ତ ମୁଦୁଲି । ୧୯୮୩ରେ ଅନ୍ୟମାନଙ୍କ ସହ ମିଶି ସେହି ଯାଜପୁରରେ ଗଢ଼ିଥିଲେ ଅନ୍ୟଏକ ସାହିତ୍ୟ ଅନୁଷ୍ଠାନ 'ସ୍ୱର ଓ ସ୍ୱାକ୍ଷର' ।୧୯୮୬ ଜୁନ୍] ରଜସଙ୍କ୍ରାନ୍ତି ରାତିରେ ଏକ ରାସ୍ତା ଦୁର୍ଘଟଣାରେ ବସନ୍ତ ମାତ୍ର ୩୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ । Read More Read Less

1 results found
List viewGrid view
Sort By:
1.
Basanta BarnamalaNR
Publisher: Black Eagle Books
No Review Yet
₹1,659
Binding:
Paperback
Release:
08 Feb 2022
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found