Ashok Kumar Singhaକବି ଅଶୋକ ସିଂହ ଓଡିଆ ସାହିତ୍ୟ ରେ ଏକ ବଳିଷ୍ଠ ପ୍4;ତିଭା । ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ଆଦୃତ ଏ କବି ୩ ଦଶନ୍ଧି ଧରି ଓଡିଆ ଓ ଇଂରାଜୀ ଦୁଇ ଭାଷାରେ ଲେଖନୀ ଚଳାଇ ଆସିଛନ୍ତି। ତାଙ୍କ କବିତା ଗୁଡିକ ଯୁଗୋପଯୋଗୀ, ସରଳ, ବୋଧଗମ୍ୟ ଓ ଅଯଥା ଶବ୍ଦାଳଙ୍କାର ରହିତ । ଏ କବି ସାଧନା ମଗ୍ନ; ପ୍ରଚାର ସର୍ବସ୍ବ ନୁହନ୍ତି। ଏ ଯାବତ ତାଙ୍କ ଲେଖନୀ ନି ସୃତ ୧୦ ଟି କବିତା ପୁସ୍ତକ ଓଡିଆ ସାହିତ୍ୟ କୁ ସମୃଦ୍ଧ କରିଛି। ତୁମ ପାଇଁ, ନିଜପାଇଁ, ସେମାନଙ୍କ ପାଇଁ, ମୁହଁ ଆଡେଇଲେ ଅନ୍ଧାର, ରକ୍ତ ରାଗ, ନବ କଳେବର, ମା ପାଇଁ ଲୋରି, The Raging Tide and Quiet Shore, ଗୀତା ଦାସର ଗୀତ ଖାତା, ଦୃଶ୍ୟାନ୍ତର (bilingual ) ପାଠକୀୟ ସ୍ବୀକୃତି ଲାଭ କରିଛି । ଅପରାପର ତାଙ୍କର ଏକାଦଶ କବିତା ସଂକଳନ । ଅପରାପର ରେ ଭରି ରହିଛି ଦେହ ଦେହାତୀତ ର ଅନନ୍ୟ ଅନୁଭୂତି, ଚଳନ୍ତି ସମୟର ଆହ୍ବାନ । କବି ଅଶୋକଙ୍କର ପ୍ରେମ-ବିରହ ଦେହଜ ନୁହେଁ। ସେଥିରେ ସେ ଭରି ଦେଇଥାନ୍ତି ଅତୀନ୍ଦ୍ରିୟ ଅନୁଭୂତି ଓ ଜୀବନ ଦର୍ଶନ। ତାଙ୍କ କାବ୍ଯ ଚାତୁରୀ ଓ ସ୍ବର ରେ ହଜି ଯାଏ ପାଠକ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ଅବବୋଧ । ଏକ ସାହିତ୍ୟିକ ପରିବାରରେ କୋରେଇ ଗ୍ରାମ ରେ ଜନ୍ମ ଡ ଅଶୋକ ଏକ ପ୍ରତିଷ୍ଟିତ ଗବେଷଣା ସଂସ୍ଥା ର ମୁଖ୍ୟ ଓ ଦେଶ ବିଦେଶରେ ନିଜର ଗବେଷଣା ପାଇଁ ସୁପରିଚିତ। କବି ପତ୍ନୀ କୁମୁଦିନୀ ଓ ପୁତ୍ର ପ୍ରଭାତ ସହ କବି ଏବେ ଭୁବନେଶ୍ବର ର ବାସିନ୍ଦା । Read More Read Less
An OTP has been sent to your Registered Email Id:
Resend Verification Code