Archana Nayakଓଡ଼ିଆ କଥାସାହିତ୍ୟରେ ଅର୍ଚ୍ଚନା ନାୟକଙ୍କର ଗଳ୍&2858; ଏବଂ ଉପନ୍ୟାସର ଶୈଳ୍ପିକ ଆବେଦନ ଅଦ୍ୱିତୀୟ । ତାଙ୍କ ଜନ୍ମ ୧୯୪୭ ମସିହା ଚିଲିକା ନିକଟବର୍ତ୍ତୀ ବାଲୁଗାଁର ପଦନପୁର ଗ୍ରାମରେ । ରେଭେନ୍]ସା ବାଳିକା ବିଦ୍ୟାଳୟରୁ ମାଟ୍ରିକ୍ ପରେ ଶୈଳବାଳା ମହିଳା ମହାବିଦ୍ୟାଳୟ ଏବଂ ରେଭେନ୍]ସା ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ ପରେ ଡକ୍ଟର ନାୟକ ଓଡ଼ିଆ ବିଭାଗରେ ଜଣେ ଅଧ୍ୟାପିକା ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି ସେ ନିଜକୁ ଜଣେ ଉଚ୍ଚକୋଟୀର ଛାତ୍ରବତ୍ସଳ ଅଧ୍ୟାପିକା ଭାବରେ ପ୍ରତିଷ୍ଠିତ କରିପାରିଥିଲେ । ୧୯୮୪ ମସିହାରେ 'ଓଡ଼ିଆ କାବ୍ୟରେ ଶିବ' ସମ୍ପର୍କରେ ଉଚ୍ଚତର ଗବେଷଣା କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି ଡିଗ୍ରୀ ଲାଭ କରିଥିଲେ ।ଓଡ଼ିଆ ସାହିତ୍ୟରେ ଡକ୍ଟର ନାୟକ ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକା, ନାଟ୍ୟକାର, ଗୀତିକାର ଓ ଅନୁବାଦିକା ଭାବରେ ସୁପରିଚିତା । ଆଧୁନିକ କଥା ସାହିତ୍ୟରେ ନିଜର ସମ୍ଭ୍ରାନ୍ତ କଥାଚାତୁର୍ଯ୍ୟ ତଥା କଳାତ୍ମକ ସୌନ୍ଦର୍ଯ୍ୟ ତାଙ୍କୁ ସ୍ୱତନ୍ତ୍ର ଉଚ୍ଚତା ପ୍ରଦାନ କରିଛି । ଡକ୍ଟର ନାୟକଙ୍କ ବାଇଶଗୋଟି ଗଳ୍ପପୁସ୍ତକ ଗୁଡ଼ିକ ହେଲା- କେତେ ଦୃଶ୍ୟ, ଅରଣ୍ୟ ଅଭିସାର, ଅନ୍ୟ ନାୟିକା, କୁହୁଡ଼ି ପକ୍ଷୀ, ଶ୍ରମଣାର ପୃଥିବୀ, ଭୁଲ୍ ଠିକଣାର ଚିଠି, ସ୍ୱପ୍ନ ଗୋଧୂଳି, କାଳ୍ପନିକ ସତ୍ୟ, ଅର୍ଚ୍ଚନା ନାୟକଙ୍କ ସ୍ମରଣୀୟ ଗଳ୍ପ, ଅନ୍ୟ ନାୟିକା ଓ ଅନ୍ୟାନ୍ୟ କଥା, ହଂସପ୍ରହରୀ, ଗନ୍ଧର୍ବ ବୀଣା, ସ୍ୱପ୍ନ ଗୋଧୂଳି ଓ କୁହୁଡ଼ିପକ୍ଷୀ, ସୁମଣି ଚଉରା, ମଣିସନ୍ଧାନ, ଚିତ୍ରଲେଖାର ଚିତ୍ର, ଅର୍ଚ୍ଚନା ନାୟକଙ୍କ ନିର୍ବାଚିତ ଗଳ୍ପ ତଥା 'ରାଗ ଚନ୍ଦ୍ରିକା' ଇତ୍ୟାଦି । 'କଳ୍ପଲୋକର ଛାୟା' ଗଳ୍ପ ସଂକଳନଟି ଡକ୍ଟର ଅର୍ଚ୍ଚନା ନାୟକଙ୍କ ଇନ୍ଦ୍ରିୟୋତ୍ତର ଭାବସତ୍ତା ଆଧାରିତ ସ୍ୱତନ୍ତ୍ର ଧରଣର ଗଳ୍ପ ପୁସ୍ତକ । Read More Read Less
An OTP has been sent to your Registered Email Id:
Resend Verification Code