Amulyamani Mishraଅଭିବକ୍ତ କୋରାପୁଟ ଜିଲ୍ଲାର ପାହାଡ଼ପର୍ବତ ଘେରା #2864;ାୟଗଡ଼ ସହରରେ ଜନ୍ମିତ ଶ୍ରୀମତୀ ଅମୁଲ୍ୟମଣୀ ମିଶ୍ରଙ୍କ ପାଇଁ ଲେଖିବା ଅର୍ଥ ହେଉଛି ଆତ୍ମଅନୁଶୀଳନ କରିବା! ଭଲମନ୍ଦ ଭିତରେ ପାର୍ଥକ୍ୟ ଜାଣି ନ ପାରିଲେ କେହି ଜଣେ ଭଲ ଲେଖକ ହୋଇପାରିବ ନାହିଁ । ନିଜ ଜନ୍ମମାଟିରେ ସ୍କୁଲ ଶିକ୍ଷା ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ଗୃହବିଜ୍ଞାନରେ ସ୍ନାତକୋତ୍ତର ଏବଂ ବି.ଏଡ୍]. ଶିକ୍ଷା ସମାପ୍ତ ପରେ ଶିକ୍ଷା ବିଭାଗରେ ଅଧ୍ୟାପନା କାର୍ଯ୍ୟାରମ୍ଭ କରିଥିଲେ । ସମ୍ବାଦ ସାହିତ୍ୟ ପୃଷ୍ଠା 'କଥା', 'କାଦମ୍ବିନୀ', 'ଝଙ୍କାର' ଭଳି ବହୁ ପ୍ରମୁଖ ପତ୍ରପତ୍ରିକାରେ ତାଙ୍କ ଗଳ୍ପ ପ୍ରକାଶିତ ହୋଇ ପାଠକ ଓ ଗାଳ୍ପିକ ମହଲରେ ବେଶ୍ ପ୍ରତିଷ୍ଠା ଆଣିଛି । ପ୍ରକାଶିତ ଗଳ୍ପ ପୁସ୍ତକ ଏକବିଂଶ ଶତାବ୍ଦୀର ଝିଅ, ବୃଷନାଭ ତୃଣ, ଏକ ଦାଦନ କାହାଣୀର ଭିନ୍ନ ସମାପନ, ଜୀବନ ତୁ କେମିତି!, ସେ ଦିନର ସେ ବର୍ଷାବିନ୍ଦୁ । କବିତା ସଂକଳନ କବିତା ପାଇଁ ସମାଧି । Read More Read Less
An OTP has been sent to your Registered Email Id:
Resend Verification Code