Abasara Beuriaଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କ79;ଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ର ଜୀବନରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ଓ ତାଙ୍କର କ୍ଷୁଦ୍ରଗଳ୍ପ ବହୁ ଜନପ୍ରିୟ ପତ୍ରିକାରେ ପ୍ରକାଶ ପାଇଥିଲା । ରବିବାସରୀୟ ସାହିତ୍ୟ ସଂସଦ ଓ ଯୁବ ଲେଖକ ସମ୍ମିଳନୀ ଗଠନ ଓ ପରିଚାଳନାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଅବସର ଗ୍ରହଣ ପରେ ସେ ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଓ ନିୟମିତ ଭାବେ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭକାର ହିସାବରେ ସୁପରିଚିତ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶିତ । ସେ ବହୁ ସାମାଜିକ ଓ ସାଂସ୍କୃତି ସଂଗଠନ ସହିତ ସଂପୃକ୍ତ । Read More Read Less
An OTP has been sent to your Registered Email Id:
Resend Verification Code